ଯାତ୍ରା ପାର୍ଟି ମାଲିକ ଓ ମ୍ୟାନେଜର ମହାସଂଘ ର କାର୍ଯ୍ୟାଳୟ ଉଦଘାଟିତ

ଯାତ୍ରା ପାର୍ଟି ମାଲିକ ଓ ମ୍ୟାନେଜର ମହାସଂଘ ର କାର୍ଯ୍ୟାଳୟ ଉଦଘାଟିତ

ଢ଼େଙ୍କାନାଳ ୧୪/୦୩ –ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ର ଜିରିଡାମାଳି ଠାରେ ଯାତ୍ରା ପାର୍ଟି ମାଲିକ ଓ ମ୍ୟାନେଜର ମହାସଂଘ ର ଏକ କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି।

ଏଠାରେ ଉକ୍ତ ଜିଲ୍ଲା ର ସମସ୍ତ ମ୍ୟାନେଜର, କଳାକାର ଓ ମହାସଂଘ ର ସମସ୍ତ ସଦସ୍ୟ ଉପସ୍ଥିତୂ ରହି ଏହି କଳାକୁ କିପରି ଆଗକୁ ନିଆଯିବ ସଂପୃକ୍ତ କଳାକାର ମାନେ କିପରି ବଞ୍ଚି ରହି ପାରିବେ ତାହା ଉପରେ ବିଶେଷ ଭାବରେ ଆଲୋଚନା କରାଯାଇଥିଲା।

ଉକ୍ତ ଜିଲ୍ଲା ଗୁଡ଼ିକରେ ରେ ପର୍ବ ପର୍ବାଣି ସମୟରେ ଅନ୍ୟ ଜିଲ୍ଲା ର ଯାତ୍ରା ପାଟି ଗୁଡିକ ଆସି ଯାତ୍ରା ପରିବେଷଣ ନାମରେ ଅର୍ଥ ଉପାର୍ଜନ କରୁଥିବା ବେଳେ ଅନେକ ସମୟରେ ଦର୍ଶକ ମାନେ ବିଭିନ୍ନ ସମସ୍ୟା ର ସମ୍ମୁଖିନ ହେଉଛନ୍ତି। କେତେବେଳେ ଯାତ୍ରା ପାର୍ଟି ଠିକ୍ ସମୟରେ ପହଞ୍ଚି ପାରେ ନାହିଁ ତ କେତେବେଳେ ମ୍ୟାନେଜର ପଇସା ନେଇ ଆସେନାହିଁ ଏପରି ସମୟରେ ସ୍ଥାନୀୟ କଳାକାର ମାନେ କାମ ନପାଇ ଘରେ ବସି ରହୁଛନ୍ତି, ସେଥିପାଇଁ ମ୍ୟାନେଜର ଓ ମାଲିକ ମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା କହିଛନ୍ତି l

ଯାତ୍ରା ପାଟି ମହାସଂଘ ର ସଭାପତି ହାଡିବନ୍ଧୁ ମହାନ୍ତି ଓ ସମ୍ପାଦକ ଦୁର୍ଯ୍ୟୋଧନ ସାହୁ ତାଙ୍କର ବକ୍ତବ୍ୟ ରେ କହିଛନ୍ତି ଅନ୍ୟ ଜିଲ୍ଲା ରୁ ଯାତ୍ରାପାର୍ଟି ମାନେ ଆସି ନୃତ୍ୟ ପରିବେଷଣ କରିବା ପୂର୍ବରୁ ମହାସଂଘ ର ଅନୁମତି ନେବା ନିତ୍ୟାନ୍ତ ଆବଶ୍ୟକ ।

ତାହା ହେଲେ ସମସ୍ତ କଳାକାର ଙ୍କ ସହିତ ସୁ ସମ୍ପର୍କ ଗଢି ଉଠିବ ଓ ଚିରଦିନ ପାଇଁ କଳା ବଞ୍ଚି ରହିବ ମତବ୍ୟକ୍ତ କରୁଛନ୍ତି। ଏହି ମହାସଂଘ ରେ ଢେଙ୍କାନାଳ, କେନ୍ଦୁଝର, ଅନୁଗୁଳ, ଦେବଗଡ଼ ଜିଲ୍ଲା ର ସମସ୍ତ ଯାତ୍ରା ପାର୍ଟିର ମାଲିକ, ମ୍ୟାନେଜର ଓ କଳାକାର ମାନେ ଯୋଗଦେଇଥିଲେ l

Leave a Comment