ମୋ ଭୋଟ ମୋ ଦେଶ ଭୋଟର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ମୋ ଭୋଟ ମୋ ଦେଶ ଭୋଟର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଢ଼େଙ୍କାନାଳ ୧୪/୦୩ –  ଢ଼େଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଅନ୍ତର୍ଗତ ପିଙ୍ଗୁଆ ଡିଗ୍ରୀ ମହାବିଦ୍ୟାଳୟରେ ଏଡିଆର ଓ ଓଡିଶା କଲେକ୍ସନ ଓ୍ବାଚ ପକ୍ଷରୁ ଯୁବ ଭୋଟରଙ୍କ ପାଇଁ ମୋ ଭୋଟ ମୋ ଦେଶ ଭୋଟର ସଚେତନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇ ଅଛି ।

ଏଥିପାଇଁ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ମୁଖ୍ୟ ଅତିଥି ଭାବେ ସମାଜ ସେବୀ କୈଳାଶ ଚନ୍ଦ୍ର ରାଉତ ସମ୍ମାନିତ ଅତିଥି ଭାବେ ମହାବିଦ୍ୟାଳୟର ଓଡିଆ ଅଧ୍ୟାପକ ଦିପ୍ତିରଞ୍ଜନ ମହାଳିକ, ଇକୋନୋମିକ ଅଧ୍ୟାପକ ପଙ୍କଜ କୁମାର ସାହୁ, ରଞ୍ଜନ କୁମାର ସାହୁ ଏବଂ ନ୍ୟୁ ଇଣ୍ଡିଆ ଅନୁଷ୍ଠାନ ର ସମ୍ପାଦକ ତଥା ଓଡିଶା ଇଲେକ୍ସନ ୱାଚ୍ ଢ଼େଙ୍କାନାଳ ର ସଂଯୋଜକ ଶେଷଦେବ ରାଉତ ପ୍ରମୁଖ ଯୋଗଦେଇ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିବା ସହ କୌଣସି ଚାପର ବସବର୍ତ୍ତୀ ନ ହୋଇ ନିରପେକ୍ଷ ଭାବରେ ନିଜର ଭୋଟ ଦେବା ଉଚିତ ବୋଲି ମତ ବ୍ୟକ୍ତ କରିଥିଲେ।

ନୂତନ ତଥା ଯୁବ ଭୋଟର ମାନେ ଯେପରି ମତଦାନ ରୁ ନିବୃତ ନ ହେଇ ସମସ୍ତେ ଯେପରି ଭଲ ନେତା ବାଛିବେ ଏବଂ ବର୍ତମାନ ଯେଉଁ ମାନଙ୍କ ବୟସ ୧୮ ବର୍ଷରୁ ଉର୍ଦ୍ଧ ସେମାନେ କିପରି ନିଜନିଜର ନାମ ଭୋଟର ଲିଷ୍ଟ ରେ ପଞ୍ଜିକରଣ କରିବେ ଫର୍ମ -6 ଭରି ସେ ଉପରେ ବିଷ୍ଣୁ ତ ଆଲୋଚନା କରାଗଲା ଏବଂ ଯୁବ ଭୋଟର ମାନେ ନିଜେ ଭୋଟ ଦେବା ସହ ଅନ୍ୟ ମାନେ କିପରି ଭୋଟ ଦେଇ ଯିବେ ସେ ଉପରେ ମଧ୍ୟ ସବିଶେଷ ରେ ଆଲୋଚନା କରାଯାଇଥିଲା ।
ଶେଷରେ ନ୍ୟୁ ଇଣ୍ଡିଆ ଅନୁଷ୍ଠାନ ର ପ୍ରକଳ୍ପ ସଂଯୋଜକ ସଞ୍ଜୟ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Comment