ଆଜି କାର୍ତ୍ତିକ ପୂର୍ଣ୍ଣିମା ଦେବ ଦୀପାବଳୀରେ ଝଲସି ଉଠିଛି ବାରଣାସୀ। ଏଠାରେ କାଶୀ ଘାଟରେ ପ୍ରାୟ ବାର ଲକ୍ଷ ଦୀପ ଜଳାଯାଇ ଏହି ପର୍ବ ପାଳନ କରାଯାଇଛି।
ଏଥିରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଯୋଗ ଦେଇ ଏହାର ଶୁଭାରମ୍ଭ କରିଛନ୍ତି।ଗଙ୍ଗା କୂଳରେ ୮୫ ଘାଟରେ ୧୨ ଲକ୍ଷ ଦୀପ ଜଳାଯାଇଥିଲା। ତାଙ୍କ ସହିତ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂ ପୁରୀ ଏବଂ ୭୦ରୁ ଅଧିକ ଦେଶର ରାଷ୍ଟ୍ରଦୂତ ଏହି ଉତ୍ସବରେ ଯୋଗ ଦେଇଥିଲେ । ଏହି ସମୟରେ ଗଙ୍ଗା ଆରତୀର ଦୃଶ୍ୟ ମଧ୍ୟ ରୋମାଞ୍ଚକର ଥିଲା ।
ଆଜି ସଂଧ୍ୟା ହେବା ପରେ ସେଠାରେ ଗୋଟେଗୋଟେ ଦୀପ ଜଳିବାକୁ ଆରମ୍ଭ କରିଥିଲା। ଦୀପଗୁଡିକ ଏପରି ସଜା ଯାଇଥିଲା ଯାହା ଦେଖିବାକୁ ବେଶ ଆକର୍ଷଣୀୟ ହୋଇଥିଲା। ପ୍ରତିବର୍ଷ ବାରଣାସୀରେ କାର୍ତ୍ତିକ ପୂର୍ଣ୍ଣିମାରେ ପାଳନ ହୋଇଥାଏ ଏହି ଦେବ ଦୀପାବଳି। ଯେଉଁଥିରେ ଲକ୍ଷ ଲକ୍ଷ ଦୀପ ଜଳାଯାଇଥାଏ।
ମାଟିର ଦୀପ ପ୍ରଜ୍ଜ୍ୱଳନ ସହ ଏହି ଅବସରରେ ଚିତାକର୍ଷକ ଆତସବାଜି ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଛି । ଏହାକୁ ଦେଖିବାକୁ ହଜାର ହଜାର ସଂଖ୍ୟାରେ ଲୋକ ଉତ୍ସବରେ ସାମିଲ ହୋଇଛନ୍ତି ।