ଓଡ଼ିଶା ସରକାର ଙ୍କ ନିକଟରେ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ର  ନିବେଦନ।

ଓଡ଼ିଶା ସରକାର ଙ୍କ ନିକଟରେ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ର ବିନମ୍ର ନିବେଦନ।

ଓଡ଼ିଶାର ମୁଖ୍ୟମନ୍ତ୍ରୀ, 5 ଟି  ତଥା ମୋ ଓଡ଼ିଶା ନବୀନ ଓଡ଼ିଶାର ଅଧ୍ୟକ୍ଷ , ଓଡ଼ିଶା ସରକାର ଙ୍କ ମୁଖ୍ୟ ଶାସନ ସଚିବ ଓ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ସଚିବ ଙ୍କୁ ଇ-ମେଲ୍ ଯୋଗେ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ଓଡ଼ିଶା ର ସଭାପତି ହରିହର ସାହୁ ଦୀର୍ଘ ଦିନ ଧରି ଦେଇ ଥିବା ବିଭିନ୍ନ ସମସ୍ୟା ର ସମାଧାନ ପାଇଁ ବିନମ୍ର ନିବେଦନ କରିଛନ୍ତି।

ଓଡ଼ିଶା ସରକାର ବର୍ତ୍ତମାନ ବିଭିନ୍ନ ସଂଗଠନ ଓ ବିଭିନ୍ନ ବିଭାଗରେ ବିଭିନ୍ନ ସମସ୍ୟାର ସମାଧାନ କରି ଭାରତ ବର୍ଷରେ ଉଦାହରଣ ସାଜିଥିବା ବେଳେ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ତରଫରୁ ପୁରସ୍କାର ପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ପରିବାର ବର୍ଗଙ୍କୁ ଦଶ ଲକ୍ଷ ଟଙ୍କାର ବିଜୁ ସ୍ବାସ୍ଥ୍ୟ ବୀମା ପ୍ରଦାନ, ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଦୁଇଟି ଇନ୍କ୍ରିମେଣ୍ଟ ପ୍ରଦାନ କରିବା ସହିତ ଦୁଇ ବର୍ଷର ସରକାରୀ ଅବଧି ବୃଦ୍ଧି, ଶିକ୍ଷା ବିଭାଗ ର ବିଭିନ୍ନ ପଦପଦବୀ ରେ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଥଇଥାନ, ରାଜ୍ୟ ଅତିଥି ଭବନ ଓ ଓଡ଼ିଶା ଭବନରେ ରହଣୀ ସୁବିଧା ପାଇଁ ବିନମ୍ର ନିବେଦନ କରିଛନ୍ତି।

ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ଏକ ସ୍ବତନ୍ତ୍ର ସଂଗଠନ ହୋଇଥିବାରୁ ରାଜ ରାସ୍ତା ରେ ବସିବାକୁ ନା ପସନ୍ଦ କରିଥିବା କହିଛନ୍ତି। ଏଣୁ ମାନ୍ୟବର ମୁଖ୍ୟମନ୍ତ୍ରୀ, ମାନ୍ୟବର 5 ଟି ଅଧ୍ୟକ୍ଷ , ରାଜ୍ୟ ମୁଖ୍ୟ ଶାସନ ସଚିବ, ବିଦ୍ୟାଳୟ ଗଣଶିକ୍ଷା ବିଭାଗ ସଚିବ ଏହାକୁ ଗ୍ରହଣ କରି ଉକ୍ତ ସମସ୍ୟାର ସମାଧାନ କରିବା ପାଇଁ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ଓଡ଼ିଶା ତରଫରୁ ନିବେଦନ କରାଯାଇଛି।

Leave a Comment