ତାତିଲେ ମହିଳା,ପମ୍ପ ହାଉସ୍ ରେ ଦେଲେ ତାଲ
ବସୁଧା ଯୋଜନା ରେ ଠିକ ରେ ପାଣି ନପାଇ ମନ୍ତ୍ରୀ ଙ୍କୁ ଅଭିଯୋଗ ପରେ ସଂମ୍ପୁର୍ଣ୍ଣ ପାଣି ବନ୍ଦ୍ କଲେ ସରପଞ୍ଚ, ପାଣି ନପାଇ ପମ୍ପ ହାଉସ୍ ରେ ତାଲା ପକାଇ ଲେ ମହିଳା ଏପରି ଘଟଣା ଦେଖିବାକୁ ମିଳିଛି ଢ଼େଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ଏକତାଳୀ ପଞ୍ଚାୟତରେ।
୮ ଦିନ ହେଲା ପାଣି ନପାଇ ଶେଷରେ ବାଧ୍ୟ ହୋଇ ପମ୍ପ ହାଉସରେ ତାଲା ପକାଇଲେ ଉତ୍ୟକ୍ତ ମହିଳା। ଘଟଣାରୁ ପ୍ରକାଶ ଅସହ୍ୟ ଗ୍ରୀଷ୍ମ ପ୍ରବାହ ପ୍ରବାହ ଜାରୀ ରହିଥିବା ବେଳେ ଏକତାଳୀ ପଞ୍ଚାୟତର ୯ ନମ୍ବର ଓ୍ବାର୍ଡ ରାଉତ ସାହିରେ ଦେଖିବାକୁ ମିଳିଛି ଜଳକଷ୍ଟ। ବସୁଧା ଯୋଜନାରେ ଏହି ଓ୍ବାର୍ଡକୁ ପ୍ରତି ତିନିଦିନରେ ଥରେ ପାଣି ଯୋଗାଇ ଦିଆ ଯାଉଥି୍ଲା,ହେଲେ ମହିଳା ମାନେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ଙ୍କୁ ଏ ସଂପର୍କରେ ଗତ ୧୦ ତାରିଖରେ ଅଭିଯୋଗ କରିଥିଲେ। କିନ୍ତୁ ଅଭିଯୋଗ ପରେ ବର୍ତ୍ତମାନ ସରପଞ୍ଚ ଏହି ଓ୍ବାର୍ଡକୁ ପାଣି ଯୋଗାଣ ସମ୍ପୁର୍ଣ୍ଣ ଭାବେ ବନ୍ଦ କରିଦେଇଥିବା ମହିଳା ମାନେ ଅଭିଯୋଗ କରିଛନ୍ତି। ତେବେ ଏହି ଘଟଣାକୁ ନେଇ ଉତ୍ୟକ୍ତ ମହିଳା ବୁଧବାର ଦିନ ପାଣିପମ୍ପରେ ତାଲା ପକାଇ ଆମେ ପାଣି ନପାଇଲେ କେହି ପାଣି ପାଇବେ ନାହିଁ ବୋଲି ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି।
ଆମେ ଭୋଟ ଦେବୁ ,ଆମକୁ ପ୍ରତିଶ୍ରୁତି ଦେଲେ ପାଣି ପାଇଁ, ମାତ୍ର ୩ଦିନ ରେ ଥରେ ପାଣି ପାଇଲୁ । ଆମ ଗାଁ କୁ ମନ୍ତ୍ରୀ ଆସିଥିଲେ ମନ୍ତ୍ରୀ ଙ୍କୁ କହିଲୁ ପାଣି ସବୁଦିନ ଦେବା ପାଇଁ କିନ୍ତୁ ପାଣି ସବୁ ଦିନ ପାଇବୁ କ’ଣ ତା ବଦଳ ରେ ସବୁ ଦିନ ପାଇଁ ଆମକୁ ପାଣି ବନ୍ଦ କରିଦେଲେ ବୋଲି କୁହନ୍ତି କାମେନୀ ରାଉତ।
ସ୍ବର୍ଣ୍ଣପ୍ରଭା ରାଉତ କୁହନ୍ତି ୱାର୍ଡ ନମ୍ବର ୭ରେ ସରପଞ୍ଚ ଘର ହୋଇଥିବା ରୁ ସେ ୱାର୍ଡକୁ ଦିନ ରାତି ପାଣି ଦିଆଯାଉଛି ବୋଲି କହିଥିବା ବେଳେ
ଆମେ ଗରିବ ଲୋକ ପାଣି ପାଇଁ ମନ୍ତ୍ରୀ ଙ୍କୁ ଜଣାଇଲୁ ହେଲେ ମିଳିଲା କଣ ସବୁ ଦିନ ପାଣି ବନ୍ଦ ବୋଲି କୁହନ୍ତି ବରିଷ୍ଟ ନାଗରିକ ବଟକୃଷ୍ଣ ସାମଲ
ଆମେ ପାଣି ପାଇବୁ ନାହିଁ ତ ଗାଁ ରେ କେହିବି ପାଇବେ ନାହିଁ ତେଣୁ ପମ୍ପ ରେ ତାଲା ପକାଇଲୁ ବୋଲି କୁହନ୍ତି ସୂନପ୍ରଭା ସାମଲ