ଝଲକ ରେ ଆଜିର ସକାଳ ଖବର 

ଝଲକ୍ ରେ ଆଜିର ସକାଳ ଖବର

୧- ଭୁବନେଶ୍ୱରରେ ଦୁଇଦିନିଆ ‘ନୂଆ ଓଡ଼ିଶା ବିଶ୍ୱ ଅଭିବୃଦ୍ଧି ଓ ନିଯୁକ୍ତି ସମ୍ମିଳନୀ’ ଆରମ୍ଭ।

୨ – ଆଜିଠାରୁ ମାଟ୍ରିକ ପରୀକ୍ଷା । ୩ ହଜାର ୪୭ ଟି ପରିକ୍ଷା କେନ୍ଦ୍ର ରେ ପରୀକ୍ଷା ଦେବେ ୫ଲକ୍ଷ ୫୧ ହଜାର ୬୨୧ଛାତ୍ରଛାତ୍ରୀ,କପି ଜଗିବ ଏ.ଆଇ କ୍ୟାମେରା।

୩- ବଦଳିଲା ଠିକଣା, ରସୁଲଗଡ଼ ରେ ଖୋଲିଲା ପାସପୋର୍ଟ ସେବାକେନ୍ଦ୍ର।

୪-ଆସିଲା ନିର୍ବାଚନ ଋତୁ,୧୦ ଦିନରେ ଘୋଷଣା ହେଲାଣି ୧୩ ଯୋଜନା। ବିରୋଧୀ କହିଲେ ସରକାର ଛାନିଆ।

୫- ରାଜ୍ୟରେ ଆରମ୍ଭ ହେଲା ଗ୍ରନ୍ଥାଗାର ଅଭିଯାନ, ବାପୁଜୀ ନଗର ଠାରେ ସନ୍ଥକବି ଭୀମଭୋଇ ପାଠାଗାର ଉଦଘାଟିତ।

୬- ଆନନ୍ଦପୁର ପାଣ୍ଡୁଆ ଗାଁ ରେ ନିଆଁ । ନିଆଁ ଲାଗି ୧୨ ବଖରା ପାଉଁଶ ଲକ୍ଷାଧିକ ଟଙ୍କାର ଧନ ସମ୍ପତ୍ତି ନଷ୍ଟ ସୂଚନା।

 

୭- କଟକ, ସମ୍ବଲପୁର, ଝାରସୁଗୁଡା, ସୁବର୍ଣ୍ଣପୁର ଓ କନ୍ଧମାଳ ଜିଲାରେ ଆରମ୍ଭ ହୋଇଛି ଲକ୍ଷ୍ମୀ ବସ୍‌ ସେବା। ଖୁବଶୀଘ୍ର ସମସ୍ତ ଜିଲ୍ଲାରେ ଉପଲବ୍ଧ ହେବ ଏହି ସେବା

୮- ରାଜ୍ୟ କଂଗ୍ରେସରେ ଟିକେଟ କସରତ । ମାର୍ଚ୍ଚ ପହିଲାରେ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା! ପ୍ରଥମେ ୭୦ ନେତାଙ୍କୁ ମିଳିବ ଟିକେଟ । ଢ଼େଙ୍କାନାଳ ରେ କଂଗ୍ରେସ କୁ ବଡ଼ ଝଟକା ଦଳ ଛାଡ଼ିଲେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସ।
ସାମ୍ବାଦିକ ସମ୍ମିଳନୀରେ ଦେଲେ ସୂଚନା।

୯- ଚାକିରି ପାଇଁ ଅଯୋଗ୍ୟ ବିବେଚିତ ପରେ ରେଭେନ୍ସା ବିଶ୍ବବିଦ୍ୟାଳୟରେ ପୁଣି ଧାରଣାରେ ବସିଲେ ଇଣ୍ଟିଗ୍ରେଟେଡ୍ ବିଇଡି ଛାତ୍ରଛାତ୍ରୀ।

୧୦- ଭୁବନେଶ୍ୱର:୩୬ ଡିଗ୍ରୀ ଟପିଲା ପାରଦ, ଟିଟିଲାଗଡ଼ ରେ ସର୍ବାଧିକ ତାପମାତ୍ରା ୩୬.୫ ଡିଗ୍ରୀ ରେକର୍ଡ ।

୧୧-କିସ୍ ବୌଦ୍ଧ ଶାଖା ଉଦ୍ଘାଟିତ,୧୦୦ ଶଯ୍ୟା ବିଶିଷ୍ଟ ଚିକିତ୍ସାଳୟର ଭୂମି ପୂଜା ଅନୁଷ୍ଠିତ।

୧୨- ବରପଦା ଇଞ୍ଜିନିୟରିଂ କଲେଜ ଦୁର୍ନୀତି ମାମଲାରେ ବିଧାୟକ ପ୍ରଫୁଲ୍ଲ ସାମଲ ଓ ତାଙ୍କ ପୁଅଙ୍କୁ ଗିରଫ ଦାବିରେ କର୍ମଚାରୀଙ୍କ ବିକ୍ଷୋଭ।

୧୩- ଚୋରି, ଲୁଟ ଅସାମାଜିକ କାର୍ଯ୍ୟ ରେ ରାଜଧାନୀ ଭୁବନେଶ୍ୱର ଅଣନିଃଶ୍ବାସୀ ! ଏଣିକି ନିଜ ସୁରକ୍ଷା ନିଜ ହାତରେ! ଚାରିଆଡେ ଚୋରି, ଲୁଟ ଆଉ ସୁନା ଗାଏବକୁ ନେଇ ଚର୍ଚ୍ଚା।

୧୪- ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍ ଉଦୟପୁର ଗ୍ରାମରେ ଜୁଆ ଆଡ୍ଡା ଉପରେ ଚଢ଼ଉ ବେଳେ ମହିଳା ଥାନା ଅଧିକାରୀ ଙ୍କୁ ମାଡ଼; ୨୦ ରୁ ଉର୍ଦ୍ଧ୍ୱ ଅଟକ ଥିବା ସୂଚନା।

୧୫- ଖଣ୍ଡଗିରି କୁମ୍ଭମେଳାରେ ଜମୁଛି ସାଧୁସନ୍ଥଙ୍କ ଭିଡ଼ । ଭବିଷ୍ୟବାଣୀ ଠାରୁ ଆରମ୍ଭ କରି ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଉଛନ୍ତି ବାବା । ବିଶ୍ୱାସରେ ଧାଇଁ ଆସୁଛନ୍ତି ଶ୍ରଦ୍ଧାଳୁ।

୧୬-ମାର୍ଚ୍ଚ ୧ରେ କଟକ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ବ୍ରହ୍ମାକୁମାରୀ ଓଡ଼ିଶା ସେବା ସୁବର୍ଣ୍ଣ ଜୟନ୍ତୀ କାର୍ଯ୍ୟକ୍ରମରେ ଯୋଗଦେବେ।

୧୭-ବ୍ରହ୍ମପୁର:କେନିୟାରେ ନିଯୁକ୍ତି ନାଁରେ ୧୦ଲକ୍ଷ ଠକେଇ, ୩ ଗିରଫ,
୯୨ ପାସପୋର୍ଟ, ୨୦ ଟୁରିଷ୍ଟ ଭିସା ଜବତ।

୧୮-ରେଳବାଇରେ ଭର୍ତ୍ତିହେବେ ୯୦୦୦ ପ୍ରାର୍ଥୀ; ଅଧିକ ଜାଣିବା ପାଇଁ ଦେଖନ୍ତୁ https://indianrailways.gov.in।

୧୯-ମଧ୍ୟପ୍ରଦେଶର ଗୁନା ଜିଲ୍ଳାରେ ବାହାଘର ଉତ୍ସବରେ ମହୁମାଛି ଆତଙ୍କ, ଆଇସିୟୁରେ ଭର୍ତ୍ତି ହେଲେ କିଛି ଅତିଥି।

୨୦-ଆନ୍ଦୋଳନତ ଚାଷୀଙ୍କୁ ସରକାରଙ୍କ ପ୍ରସ୍ତାବ । ୪ଟି ଫସଲ ଉପରେ ଏମଏସପି ଗ୍ୟାରେଣ୍ଟି । ଚାଷୀ କହିଲେ ୨ଦିନ ପରେ ରଖିବୁ ଜବାବ।

୨୧-ରେଳଧାରଣାରୁ ୪ ମୃତଦେହ ମିଳିବା ଘଟଣା: ୫ ଅଭିଯୁକ୍ତ ଗିରଫ, ଶନିବାର ଦିନ ତାଲାବୁରୁ ଏବଂ କେନ୍ଦୋପୋସି ରେଳ ଷ୍ଟେସନ ନିକଟରୁ ୪ ମୃତଦେହ ଠାବ ହୋଇଥିଲା।

Leave a Comment