କୋରାପୁଟ ପୌରପରିସଦ ପକ୍ଷରୁ ୪ର୍ଥ ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ

କୋରାପୁଟ ପୌରପରିସଦ ପକ୍ଷରୁ ୪ର୍ଥ ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ

କୋରାପୁଟ: ସହରାଞ୍ଚଳର ଆମ ଓଡିଶା ନବୀନ ଓଡିଶା ଅଧିନରେ ନିଆଯାଉଥିବା ବିଭିନ୍ନ ଉନ୍ନୟନମୂଳକ ପଦକ୍ଷେପ ସଂପର୍କରେ ଲୋକଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ କୋରାପୁଟ ପୌରପରିଷଦ ପକ୍ଷରୁ ୪ର୍ଥ ସ୍ତରୀୟ ସଚେତନତା ଶିବିର ସ୍ଥାନୀୟ ଟାଉନ ହଲ ଠାରେ ଅନୁଷ୍ଠିତ ହୋଇଯାଇଛି।

ଏଥିରେ ପୌରପରିଷଦ ର ୱାର୍ଡ ନମ୍ବର ୫,୬,୧୧ଓ ୧୨ର ବସ୍ତି ବାସିନ୍ଦା ବିଭିନ୍ନ ସଂଘ ଏବଂ ସ୍ବୟଂ ସହାୟିକା ମହିଳା ଗୋଷ୍ଠୀର କର୍ମକର୍ତ୍ତା ମାନେ ଶିବିରରେ ଯୋଗଦେଇଥିଲେ।

କୋରାପୁଟ ମ୍ୟୁନସିପାଲଟି ଦ୍ବାରା ଆୟୋଜିତ ଉକ୍ତ ଶିବିରରେ ଅଧ୍ୟକ୍ଷ ଲଲାଟ ରଞ୍ଜନ ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ଡୁଡା ପ୍ରକଳ୍ପ ନିର୍ଦ୍ଦେଶକ ଦୁର୍ଗା ପ୍ରସାଦ ଟାଲି, ଉପାଧ୍ୟକ୍ଷା ସବିତା ପଣ୍ଡା, କାଉନସିଲର ବି ମାଲେଶ୍ୱର ରାଓ,ରବି ପରଜା, ପ୍ରଫୁଲ୍ଲ କୁମାର ମହାପାତ୍ର, ମଧୁସୂଦନ ମାଝୀ, କେ. ଗୁପ୍ତେଶ୍ୱର, ଚନ୍ଦ୍ରପ୍ରଭା ହିଆଲ ପ୍ରମୁଖ ଉପସ୍ଥିତ ଥିଲେ।

ଏହି ପରିପ୍ରେକ୍ଷୀରେ ଲୋକମାନଙ୍କୁ ବିଭିନ୍ନ ସରକାରୀ ଯୋଜନା ଏବଂ ସେଥିରୁ ସେମାନଙ୍କୁ ମିଳୁଥିବା ସେବା ବିଷୟରେ ଅବଗତ କରାଯାଇଥିଲା। ଶିକ୍ଷା, ସ୍ୱାସ୍ଥ୍ୟ, ଜନସ୍ୱାସ୍ଥ୍ୟ, ଶିଶୁ ବିକାଶ, ମିଶନ ଶକ୍ତି ପ୍ରଭୃତି ବିଭାଗ ଷ୍ଟଲ ମାଧ୍ୟମରେ କାର୍ଯ୍ୟକ୍ରମ ପ୍ରଦର୍ଶନ କରିଥିଲେ। ମିଶନ ଶକ୍ତି ମହିଳା ଗୋଷ୍ଠୀ ଦ୍ବାରା ଖାଦ୍ୟ ପ୍ରସ୍ତୁତ କରାଯାଇ ପ୍ରଦର୍ଶନ କରାଯାଇଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇ ପୁରସ୍କୃତ କରାଯାଇଥିଲା ।

ଉକ୍ତ କାର୍ଯ୍ୟକ୍ରମକୁ ସିଏମଏମୟୁ ମ୍ୟାନେଜର ଶଶିକାନ୍ତ ସ୍ବାଇଁ  ପରିଚାଳନା କରିଥିବା ବେଳେ କାର୍ଯ୍ୟାଳୟର ସୀମାଞ୍ଚଳ ପଢିହାରୀ ଓ ମୂର୍ତ୍ତି ପଟ୍ଟନାୟକ ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ।

Leave a Comment