ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ମହାତ୍ମା ଗାନ୍ଧୀଙ୍କୁ ଗତ ଶତାବ୍ଦୀର ମହାପୁରୁଷ କହିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏଇ ଶତବ୍ଦୀର ଯୁଗପୁରଷ ବୋଲି କହିଛନ୍ତି।
ସୋମବାର ଜୈନ ବିଚାରକ ତଥା ଦାର୍ଶନିକ ଶ୍ରୀମଦ୍ ରାଜଚନ୍ଦ୍ରଜୀଙ୍କ ଜନ୍ମ ବାର୍ଷିକୀ ଉତ୍ସବରେ ଯୋଗ ଦେଇ ଧନଖଡ଼ କହିଛନ୍ତି “ମହାତ୍ମା ଗାନ୍ଧୀ ସତ୍ୟଗ୍ରହ ଏବଂ ଅହିଂସା ମାଧ୍ୟମରେ ବ୍ରିଟିଶମାନଙ୍କ ଦାସତ୍ୱରୁ ଆମକୁ ମୁକ୍ତ କରିଥିଲେ।
ଭାରତର ସଫଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମକୁ ସେହି ପଥକୁ ନେଇଗଲେ ଯେଉଁଠାରେ ଆମେ ସବୁବେଳେ ଯିବାକୁ ଚାହୁଁଥିଲୁ। ମୁଁ ଆପଣଙ୍କୁ ଗୋଟିଏ କଥା କହିବାକୁ ଚାହେଁ ଯେ ମହାତ୍ମା ଗାନ୍ଧୀ ଗତ ଶତାବ୍ଦୀର ଜଣେ ମହାପୁରୁଷ ଥିଲେ। ନରେନ୍ଦ୍ର ମୋଦୀ ହେଉଛନ୍ତି ଏହି ଶତାବ୍ଦୀର ଯୁଗପୁରୁଷ।”